Author: TRUPTIMAYEE SAHOO

ଗଣିବେ ୧.୯୧ କୋଟି ତଣ୍ଡ ବିଜୁଳି ଚୋରି କରୁଥିଲେ ସାଂସଦ। ଏବେ ଗଣିବେ ୧.୯୧ କୋଟି ଟଙ୍କାର ତଣ୍ଡ। ସାଂସଦଙ୍କ ଘରେ ରହିଛି ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ବୈଦୁତିକ ସରଞ୍ଜାମ । ଘରେ ସବୁବେଳେ ଟିଭି, ଏସି, ଫ୍ୟାନ୍‌, ଲାଇଟ୍‌ ଜଳୁଛି। ମାତ୍ର ମିଟର ରିଡିଂ ହେଉଛି ଜିରୋ । ଏପରି ଭାବେ ବିଦ୍ୟୁତ୍‌ ଚୋରି କରିବା ଜଣେ ସମାବବାଦୀ ସାଂସଦଙ୍କୁ ମହଙ୍ଗା ପଡ଼ିଛି। ସପା ସାଂସଦ ଜିୟା ଉର ରେହମାନ ବାରକଙ୍କ ଉପରେ ପଡ଼ିଛି ଜରିମାନା। ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ୧ କୋଟି ୯୧ ଲକ୍ଷ ଟଙ୍କାର ଜରିମାନା । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି। କେବଳ ସେତିକି ନୁହେଁ ରେହମାନଙ୍କ ସମେତ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଗୁରୁବାର ସକାଳୁ ପୁଲିସ…

Read More