Author: TRUPTIMAYEE SAHOO

ଚିଠି ଲେଖିଲେ ଗୃହ ସଚିବ ଦେଶରେ ପ୍ରଥମ ଘଟଣା ସୁରକ୍ଷିତ ହୋଇପାରୁନି ଶିମିଳିପାଳ। ବନ ବିଭାଗ କର୍ମଚାରୀ ଟିକିଏ ନଜର ହଟାଇଲେ ଜଙ୍ଗଲରେ ପଶି ଜନ୍ତୁ ଶିକାରରେ ମାତୁଛନ୍ତି ମାଫିଆ। ତେଣୁ ୨୭୫୦ ବର୍ଗ କିମି ପରିବ୍ୟାପ୍ତ ଏହି ବିଶାଳ ଜୈବମଣ୍ଡଳର ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ବଳ ନି‌ୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୩୧ ଜଣିଆ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ପାଇଁ ଆକାଉଣ୍ଟ୍‌ସ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ। ଏହି ଦଳରେ ଜଣେ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ୩ ଜଣ ସବ୍‌ଇନ୍ସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ୍ରାଇଭର୍‌ ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ। ମୟୁରଭଞ୍ଜ ଏସ୍‌ପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ। ଏହି ପୁଲିସ କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ…

Read More