Author: TRUPTIMAYEE SAHOO

ଉଭୟ ଗୃହରେ ୩୯ ବୈଠକ ୭ ବିଧେୟକ ଗୃହୀତ ସଂସଦର ଚଳିତ ଶୀତ ଅଧିବେଶନ, ଯାହାକି ୨୫ ନଭେମ୍ବରରେ ଆରମ୍ଭ ହୋଇଥିଲା, ଶୁକ୍ରବାର ୨୦ ଡିସେମ୍ବରରେ ଶେଷ ହୋଇଛି । ମୋଟ ୨୬ ଦିନବ୍ୟାପୀ ଚାଲିଥିବା ଏହି ଅଧିବେଶନରେ ଲୋକସଭାରେ ମୋଟ ୨୦ଟି ବୈଠକ ଅନୁଷ୍ଠିତ ଥିବାବେଳେ ରାଜ୍ୟସଭାରେ ୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଲୋକସଭାରେ ୫ ବିଧେୟକ ଆଗତ ହୋଇଥିବାବେଳେ  ଲୋକସଭାରେ ୪ଟି ଏବଂ ରାଜ୍ୟସଭାରେ ୩ଟି ବିଧେୟକ ଗୃହୀତ ହୋଇଥିଲା। ଏହି ଅଧିବେଶନରେ ‘ଭାରତୀୟ ବାୟୁଯାନ ବିଧେୟକ, ୨୦୨୪’ ନାମକ ଏକ ବିଧେୟକ ଉଭୟ ଗୃହରେ ଗୃହୀତ ହୋଇଥିଲା। ଏୟାରକ୍ରାଫ୍ଟ ଆକ୍ଟ ୧୯୩୪ରେ ବିଭିନ୍ନ ସମୟରେ ହୋଇଥିବା ସଂଶୋଧନ ମାଧ୍ୟମରେ କରାଯାଇଥିବା ସାମିଲ / ବାଦ / ବିଲୋପ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ପଷ୍ଟତା ଦୂର କରିବା ପାଇଁ ଏୟାରକ୍ରାଫ୍ଟ ଆକ୍ଟକୁ ପୁନଃ ପ୍ରଣୟନ କରିବାକୁ ଏହି ବିଧେୟକର ଲକ୍ଷ୍ୟ ରହିଛି। ଆମ ଦେଶ…

Read More