Author: TRUPTIMAYEE SAHOO

ଦେଓମାଳି ଓ ପୁଟସିଲ ଇକୋ-ରିଟ୍ରିଟ ଦେଖିଲେ ନୂଆପୁଟ କଫି ପ୍ଲାଣ୍ଟେସନ ବୁଲିଲେ ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଅଛି ମାଲକାନଗିରି ଜିଲ୍ଲା ଖଇରପୁଟର ମୁଦୁଲିପଡାଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷାରେ ଚିତ୍ରକୋଣ୍ଡା ଓ ମାଲକାନାଗିରି ବିଧାୟକ, ଜିଲ୍ଲାପାଳ, ଏସପି ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ହୋଇ ଆସୁଥିଲା। ଏହି ସଂକ୍ରାନ୍ତରେ  ଉପମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ ବୋଲି କହିଥିଲେ। ଦୁଇଦିନିଆ ଉପମୁଖ୍ୟମନ୍ତ୍ରୀଙ୍କ କୋରାପୁଟ-ମାଲକାନଗିରି ଗସ୍ତରେ ନିଜ କଥା ଅନୁସାରେ ନିଜେ ବଣ୍ଡାଘାଟି ଯାଇ ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋରାପୁଟଗସ୍ତର ଦ୍ୱିତୀୟ ଦିନରେ ପଣ୍ଡିଘାଟ ପରିଦର୍ଶନ କରି କୋଲାବ ଜଳଭଣ୍ଡାରରେ ନୌବିହାର କରିବା ସହ ସିମିଲିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ…

Read More