Author: TRUPTIMAYEE SAHOO
ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାର୍ବଜନୀନ କରିବ ସରିଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଏସସିଏସଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି । ସେ କହିଛନ୍ତି, ‘ସର୍ଗିଫୁଲ୍’ ପବିତ୍ରତାର ପ୍ରତୀକ । ଜନଜାତି ସମାଜର ସାମାଜିକ-ସାଂସ୍କୃତିକ-ଅର୍ଥନୈତିକ ବିକାଶର ପ୍ରତୀକ ହିସାବରେ ‘ସର୍ଗିଫୁଲ୍’ ପରିଚିତ । ଏହି ଉତ୍ସବରେ ପିଲାମାନଙ୍କ ଅଂଶଗ୍ରହଣ ଏହାକୁ ଅଧିକ ପ୍ରାଣବନ୍ତ ଓ ଗରିମାମୟ କରିଛି ବୋଲି ସେ ମତପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ବିଭାଗ ଅଧୀନସ୍ଥ ବିଦ୍ୟାଳୟ ତଥା ଛାତ୍ରାବାସରେ ରହି ପାଠପଢୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଓ…
