Author: TRUPTIMAYEE SAHOO

କେନ୍ଦୁଝରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଉପକୃତ ହେବେ ରାଜ୍ୟର ୪,୧୭,୪୯୬ ହିତାଧିକାରୀ କେନ୍ଦୁଝର ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ଚୁକ୍ତିପତ୍ର ସ୍ୱାକ୍ଷର ହେବ ରାଜ୍ୟର ୮୦ ବର୍ଷ ବା ତା’ଠାରୁ  ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ଟଙ୍କା ବୃଦ୍ଧି କରାଯାଇ ୩୫୦୦  ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦୁଝର ଠାରେ ଏହି ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ…

Read More