Author: TRUPTIMAYEE SAHOO

ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ସଂପୂର୍ଣ୍ଣ ସଜାଗ ଅଛନ୍ତି ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂପର୍କିତ ଏକ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜନସାଧାରଣ ଏଚ୍‌ଏମ୍‌ପିଭି ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି । ଅଦ୍ୟାବଧି ଏଚ୍‌ଏମ୍‌ପିଭିର କୌଣସି ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହୋଇନାହିଁ । ତା’ ସତ୍ତ୍ୱେ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଇଡିଏସ୍‌ପି, ଏନ୍‌ସିଡିସି (Integrated Disease Surveillance Programme  National Centre for Disease Control) (IDSP – NCDC)ଠାରୁ ଆରମ୍ଭ…

Read More