Author: TRUPTIMAYEE SAHOO

ଗରିବ ମୁଖ୍ୟମନ୍ତ୍ରୀ ଦିଦି ରେବନ୍ତଙ୍କ ନାମରେ ସର୍ବାଧିକ ଅପରାଧୀକ ମାମଲା ‌ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ସବୁଠାରୁ ଧନୀ। ତାଙ୍କ ପଛକୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ (ବିଜେପି) ଦ୍ୱିତୀୟ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା (କଂଗ୍ରେସ) ତୃତୀୟ ସ୍ଥାନରେ ରହିଛନ୍ତି। ନାଇଡୁଙ୍କ ସଂପତ୍ତି ୯୩୧ କୋଟି, ପେମା ଖଣ୍ଡୁଙ୍କ ସଂପତ୍ତି ୩୩୨ କୋଟି ଏବଂ ସିଦ୍ଦରମୈୟାଙ୍କ ସଂପତ୍ତି ୫୧ କୋଟି ରହିଛି। ୩୧ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସଂପତ୍ତି ୫୨.୫୯ କୋଟି ଟଙ୍କା ରହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ(କଂଗ୍ରେସ)ଙ୍କ ବିରୋଧରେ ସର୍ବାଧିକ ଅପରାଧୀକ ମାମଲା ରହିଛି।  ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଓ ନ୍ୟାସନାଲ୍‌ ଇଲେକ୍‌ସନ୍‌ ୱାଚ୍‌ (ଏନ୍‌ଇଡବ୍ଲୁ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ଦାଖଲ କରିଥିବା ନିର୍ବାଚନ ସତ୍ୟପାଠରେ…

Read More