Author: TRUPTIMAYEE SAHOO

ଏଥିରେ ଅଛନ୍ତି ପାଠ ଛାଡ଼ିଥିବା ଓ ସ୍କୁଲରୁ ଅନୁପସ୍ଥିତ ଥିବା ପିଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଓଡ଼ିଶାରେ ୧୦ ହଜାରରୁ ଅଧିକ ଶିଶୁଙ୍କୁ ବାଲ୍ୟ ବିବାହ ପାଇଁ ସମ୍ବେଦନଶୀଳ ବୋଲି ଚିହ୍ନଟ କରିଛି। ଏମାନେ ହେଉଛନ୍ତି ୨୦୨୩-୨୪ ଶିକ୍ଷାବର୍ଷରେ ବିନା ନୋଟିସରେ ଲଗାତାର ୩୦ ଦିନ ଧରି ସ୍କୁଲରୁ ଅନୁପସ୍ଥିତ ଥିବା ପିଲା ଓ ପାଠ ଛାଡ଼ିଥିବା ପିଲା।ଭାରତରେ ବାଲ୍ୟ ବିବାହ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଆଣିବା ପାଇଁ ସର୍ବୋଚ୍ଚ ଶିଶୁ ଅଧିକାର ପ୍ୟାନେଲ ରାଜ୍ୟ ସରକାରଙ୍କ ସହ ମିଶି ଏଭଳି ଛାତ୍ରଛାତ୍ରୀଙ୍କ ଉପରେ ଦେଶବ୍ୟାପୀ ସର୍ଭେ କରିଥିଲା। ଓଡ଼ିଶାର ୧୯,୬୮୩ଟି ଗାଁ/ବ୍ଲକର ୨୬,୪୧୫ଟି ବିଦ୍ୟାଳୟର ଅନୁଧ୍ୟାନ କରି ଏଭଳି ୧୧,୦୫୩ ଜଣ ପିଲାଙ୍କୁ ଚିହ୍ନଟ କରାଯାଇଛି। ସମଗ୍ର ଦେଶରେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାସେ କାଳ ଧରି ଅନୁପସ୍ଥିତ ରହିଥିଲେ କିମ୍ବା ପାଠ ଛାଡ଼ି ଦେଇଥିଲେ। ଅନୁପସ୍ଥିତିର ଏକ ପ୍ରମୁଖ…

Read More