Author: TRUPTIMAYEE SAHOO

ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ  ମୋଦି ସମଗ୍ର ବିଶ୍ୱରେ ଏକ ପ୍ରମୁଖ ନୌବାଣିଜ୍ୟ ଶକ୍ତି ଭାବେ ଉଭା ହୋଇଛି ଭାରତ ଜଳ, ସ୍ଥଳ, ଗଭୀର ସମୁଦ୍ର, ଆକାଶ ଓ ମହାକାଶରେ ଭାରତ ନିଜର ସ୍ଥିତିକୁ ମଜଭୁତ କରିଛି ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ, ୧୫ ଜାନୁୟାରିକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି । ଆଜିର ଦିନକୁ ଭାରତୀୟ ନୌବାଣିଜ୍ୟ ଇତିହାସରେ ଏକ ଗୌରବମୟ ଦିବସ ଭାବେ ଅଭିହିତ…

Read More