Author: TRUPTIMAYEE SAHOO

ଭାରତ ସରକାରଙ୍କୁ ନେଇ ତଥ୍ୟହୀନ ମନ୍ତବ୍ୟ ଦେଇଥିଲେ ମେଟାକୁ ଜବାବ ତଲବ ପାଇଁ ସଂସଦୀୟ କମିଟିର ଯୋଜନା କୋଭିଡ-୧୯ ମୁକାବିଲାରେ ବିଫଳତା କାରଣରୁ ଭାରତ ସମେତ ଅନେକ ଦେଶରେ କ୍ଷମତାସୀନ ସରକାର ପରାଜିତ ହୋଇଥିବା ନେଇ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଦେଇଥିବା ତ୍ରୁଟିପୂର୍ଣ୍ଣ ଓ ତଥ୍ୟହୀନ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ୧୦ ତାରିଖରେ ଲୋକପ୍ରିୟ ପଡକାଷ୍ଟ ଉପସ୍ଥାପକ ଜୋ ରୋଗାନଙ୍କୁ ଏକ ସାକ୍ଷାତକାର ଦେଇ ଜୁକରବର୍ଗ ଉପରୋକ୍ତ ବକ୍ତବ୍ୟ ଦେଇଥିଲେ। ସେ କହିଥିଲେ, ୨୦୨୪ ବର୍ଷରେ ସାରା ବିଶ୍ୱରେ ଏକାଧିକ ନିର୍ବାଚନ ହୋଇଥିଲା। ଭାରତ ସମେତ ଅନ୍ୟ ଦେଶଗୁଡ଼ିକରେ ହୋଇଥିବା ନିର୍ବାଚନରେ କ୍ଷମତାସୀନ ସରକାରଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କାରଣ କ୍ଷମତାସୀନ ସରକାରମାନେ କୋଭିଡ-୧୯ ମହାମାରୀ ପରିଚାଳନାରେ ବିଫଳ ହେବା କାରଣରୁ ଏହା ବ୍ୟାପକ ଜନଅସନ୍ତୋଷ ସୃଷ୍ଟି କରିଥିଲା। ତେବେ ଜୁକରବର୍ଗଙ୍କ ଏହି ମନ୍ତବ୍ୟ ଉପରେ ଗତ ୧୩ ତାରିଖରେ କେନ୍ଦ୍ର…

Read More