Author: TRUPTIMAYEE SAHOO

ବିଶ୍ୱରେ ଭାରତ ୪ର୍ଥ ଦେଶ ସ୍ପେଡେକ୍ସ ମିଶନ ମହାକାଶ ଅନ୍ୱେଷଣରେ ଆଣିଛି ବିପ୍ଳବ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ  ମହାକାଶ କ୍ଷେତ୍ରରେ ଭାରତକୁ ମିଳିଛି ଏକ ଐତିହାସିକ ସଫଳତା । ୧୬ ଜାନୁଆରି ୨୦୨୫ ତାରିଖ ଭାରତ ପାଇଁ ସ୍ମରଣୀୟ ହୋଇଯିବ। ଏହି ଦିନରେ ଭାରତର ପ୍ରଥମ ମହାକାଶ ଡକିଂ ପ୍ରୟୋଗ (ସ୍ପେଡେକ୍ସ) ମିଶନ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଛି । ଏହା ମାଧ୍ୟମରେ ଭାରତ ମହାକାଶରେ ଦୁଇଟି ଉପଗ୍ରହକୁ ପରସ୍ପର ସହ ଡକିଂ ବା ସଂଯୋଗ କରିଛି। ଏହି ଉପଲବ୍ଧି ସହ ମହାକାଶ ଡକିଂ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି। ଭାରତ ଏହି ବୈଷୟିକ ସଫଳତା ହାସଲ କରିବାରେ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଉତକ୍ଷେପଣ ଯାନ (ପିଏସଏଲଭି)-ସି୬୦ ବ୍ୟବହାର କରି ସ୍ପେଡେକ୍ସ ମହାକାଶ ଯାନର ସଫଳ ଉତକ୍ଷେପଣ ସହିତ ୩୦ ଡିସେମ୍ବର…

Read More