Author: TRUPTIMAYEE SAHOO

୧୨ ଦିନରେ ୧୦ଲକ୍ଷ ଜନସମାଗମ ପୂର୍ବବର୍ଷ ତୁଳନାରେ ଦୁଇଗୁଣା ସରିଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭୁବେନଶ୍ବରର ୟୁନିଟ-୩ ଆଦିବାସୀ ପଡ଼ିଆଠାରେ ଗତ ୧୨  ଦିନବ୍ୟାପୀ ଚାଲିଥିବା ମେଳା ସଫଳତାର ସହ ଶେଷ ହୋଇଛି । ଏହି ୧୨ ଦିନ ମଧ୍ୟରେ ସାଢେ ୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଜନସମାଗମ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ଦୁଇ ଗୁଣା ଥିଲା । ଉଦଯାପନୀ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ  ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମେଳାର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ଉଦଯାପନୀ ସମାରୋହରରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୈାରୀଶଙ୍କର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭଦ୍ରା ଉପସ୍ଥିତ ଥିବା ବେଳେ ବିଭାଗର ପ୍ରମୁଖ ଶାସନ…

Read More