Author: TRUPTIMAYEE SAHOO

ସରିଲା ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ ଓ ଆଦର୍ଶକୁ ନେଇ ଆଲୋଚନା ଓଡ଼ିଶାରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ, ଆଦର୍ଶକୁ ଆଧାର କରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀ ଜାନୁଆରି ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା। ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧଧର୍ମର ଗୁରୁ, ପଣ୍ଡିତ, ବୌଦ୍ଧ ଧର୍ମର ପ୍ରଚାରକ ଏବଂ ଅନେକ ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗ ଦେଇଥିଲେ। ସମ୍ମିଳନୀରେ ବୌଦ୍ଧ ଧର୍ମର ଇତିହାସ, ଏହାର ବିକାଶ, ବୌଦ୍ଧଧର୍ମ ପ୍ରଦାନ କରୁଥିବା ଶାନ୍ତି ଓ ମୋକ୍ଷର ବାର୍ତ୍ତା ସହିତ ଗୁରୁ ପଦ୍ମସମ୍ଭବଙ୍କ ଜୀବନଶୈଳୀ ଓ ଆଦର୍ଶକୁ ନେଇ ସବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହିତ ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସ, ସଂସ୍କୃତି ଓ ଐତିହ୍ୟ ଆଦି ସମ୍ବନ୍ଧରେ…

Read More