Author: TRUPTIMAYEE SAHOO

୩୯୮୫ କୋଟି ଟଙ୍କାର ବଜେଟ ମହାକାଶ ଯିବ ମାନବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଇସ୍ରୋର ପରବର୍ତ୍ତୀ ପିଢ଼ି ଉତକ୍ଷେପଣ ଯାନ ପାଇଁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରେ ଉତକ୍ଷେପଣ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ତୃତୀୟ ଲଞ୍ଚ୍ ପ୍ୟାଡ୍ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଶ୍ରୀହରିକୋଟା ଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ସହାୟକ ଲଞ୍ଚ୍‌ ପ୍ୟାଡ୍ ଭାବରେ ଏହାକୁ ଉପଯୋଗ କରାଯିବ । ଏହା ଭବିଷ୍ୟତରେ ଭାରତୀୟ ମାନବ ମହାକାଶ ଉଡ଼ାଣ ଅଭିଯାନର ଉତକ୍ଷେପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ। ଏହି ପ୍ରକଳ୍ପର ଜାତୀୟ ଗୁରୁତ୍ୱ ରହିଛି। କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ: ଟିଏଲପିକୁ ଏଭଳି ଢାଞ୍ଚା ପ୍ରଦାନ କରାଯାଇଛି ଯାହା ଯଥାସମ୍ଭବ ସାର୍ବଜନୀନ ଏବଂ ଅନୁକୂଳ। ଏହା କେବଳ…

Read More