What's Hot
Author: TRUPTIMAYEE SAHOO
ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ମହାକୁମ୍ଭ ଦଳାଚକଟା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଆମ୍ବେଦକର, ମନମୋହନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂଦଦର ମିଳିତ ଅଧିବେଶନରେ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଅଭିଭାଷଣ ରଖିଛନ୍ତି। ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ପ୍ରୟାଗରାଜ କୁମ୍ଭମେଳାରେ ଦଳାଚକଟାରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଗଣତନ୍ତ୍ରର ମନ୍ଦିର ପବିତ୍ର ସଂସଦର ଗୃହରେ ଅଭିଭାଷଣ ରଖୁଥିବାରୁ ଖୁବ ଆନନ୍ଦିତ ବୋଲି କହିଛନ୍ତି ରାଷ୍ଟ୍ରପତି। ଦୁଇ ମାସ ତଳେ ଆମ୍ଭେ ସମ୍ବିଧାନ ଗ୍ରହଣର ୭୫ତମ ବର୍ଷ ପାଳନ କରିଥିଲେ। କିଛି ଦିନ ତଳେ ୭୫ତମ ଗଣତନ୍ତ୍ର ଦିବସ ମଧ୍ୟ ପାଳନ କରିଥିଲେ। ଯାହା ଦେଶର ମହାନ ଗଣତନ୍ତ୍ରକୁ ଉଚ୍ଚ ସୋପନରେ ପହଞ୍ଚାଇ ପାରିଛି। ସେହିପରି…
