Author: TRUPTIMAYEE SAHOO

ଚଳିତ ବର୍ଷ ୪ଜଣ ଓଡ଼ିଆ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପ୍ରଖ୍ୟାତ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡ଼ନାୟକ, ଜଣାଶୁଣା ସ୍ନାୟୁଶଲ୍ୟ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ର, ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର ଏବଂ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ଶତପଥୀ ପଦ୍ମଶ୍ରୀ ପୁରସ୍କାର ପାଇବେ । ସେମାନେ ନିଜ ନିଜ କ୍ଷେତ୍ରରେ ଶୀର୍ଷସ୍ତରର ସଫଳତା ହାସଲ କରିବା ସହିତ ସମାଜ, ରାଜ୍ୟ ଏବଂ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡ଼ନାୟକ ପ୍ରଖ୍ୟାତ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡ଼ନାୟକ ପଥର ଦେହରେ ପ୍ରାଣ ସଞ୍ଚାର କରିବାରେ ସିଦ୍ଧହସ୍ତ। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ଶ୍ରୀ ଗଡ଼ନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ତାଙ୍କର ପ୍ରସ୍ଥର କୃତୀ ଦେଶବିଦେଶର ଗୁରୁତ୍ୱପୂର୍ଣ୍ଣ…

Read More