Author: TRUPTIMAYEE SAHOO

ନୈତିକ ମାନଦଣ୍ଡ ଓ ଗୁଣବତ୍ତା ସ୍ଥିର କରିବ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (OUHS)ରେ ରିସର୍ଚ୍ଚ ଇଥିକ୍ସ କମିଟି (REC) ର ସ୍ଥାପନା କରାଯାଇଛି । ଏହା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ନୈତିକ ମାନଦଣ୍ଡ ଏବଂ ଉଚ୍ଚ ଗୁଣବତ୍ତା ସ୍ଥିର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡିଶା ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ । ସେହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ୱାସ୍ଥ୍ୟସେବାରେ ନୈତିକ ମାନଦଣ୍ଡ ଏବଂ ନବସୃଜନର ବ୍ୟାପକ ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି । ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ ଇଥିକ୍ସ କମିଟିର ଅଧ୍ୟକ୍ଷ ନ୍ୟାୟାଧୀଶ ଡା. ଡି. ପି. ଚୌଧୁରୀ ଚିକିତ୍ସା ଗବେଷଣାରେ ନୈତିକ ଅନୁପାଳନ ଏବଂ ଗବେଷକମାନଙ୍କ ଦାୟିତ୍ୱ ବିଷୟରେ ଚର୍ଚ୍ଚା କରିଥିଲେ…

Read More