Author: TRUPTIMAYEE SAHOO

ଅକ୍ସିୟମ-୪ ମିଶନ ପାଇଲଟ କରିବେ ସ୍ପେସ ଏକ୍ସ ଡ୍ରାଗନରେ ପ୍ରଥମ ଭାରତୀୟ  ମହାକାଶରୁ ଫେରିବେ ସୁନୀତା ଓ୍ୱିଲିୟମ୍ସ! ଦେଶ ପାଇଁ ଗର୍ବ ଓ ଗୌରବ ଇସ୍ରୋ ମହାକାଶଚାରୀ ତଥା ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଳା। ଯିଏ କି ବସନ୍ତ ୨୦୨୫ ପୂର୍ବରୁ ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଯିବାରଥିବା ଅକ୍ସିୟମ୍ ମିଶନ-୪ ବା ଏକ୍ସ-୪ରେ ପାଇଲଟ୍ ଭୂମିକା ଗ୍ରହଣ କରିବେ। ସ୍ପେସ୍ ଏକ୍ସ ଡ୍ରାଗନ୍ ମହାକାଶଯାନରେ କକ୍ଷପଥ ପରିଦର୍ଶନ କରିବାରେ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଇତିହାସ ରଚିବେ। ସେ ଏବେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଅଧିକାରୀ ଏବଂ ଭାରତର ଗଗନଯାନ ମିଶନ ପାଇଁ ମହାକାଶଚାରୀ ଭାବେ ମନୋନୀତ ହୋଇଛନ୍ତି। ନାସାର ପୂର୍ବତନ ମହାକାଶଚାରୀ ତଥା କ୍ସିୟମ୍ ସ୍ପେସ୍ର ମାନବ ମହାକାଶ ଯାତ୍ରା ନିର୍ଦ୍ଦେଶକ ପେଗି ହ୍ୱିଟସନ୍ ବାଣିଜ୍ୟିକ ଅଭିଯାନର ନେତୃତ୍ୱ ନେବେ ଏବଂ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର…

Read More