Author: TRUPTIMAYEE SAHOO

ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ  ବିଶ୍ୱସ୍ତରୀୟ ଶିକ୍ଷା ସମ୍ବଳ ଯୋଗାଇବାରେ ଏହା ସହାୟକ ହେବ: ଆହୁଜା   ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କାର୍ଲିଫର୍ଣ୍ଣିଆର ସିକେ-୧୨ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା  ଶାସନ ସଚିବ ଶାଳିନୀ ପଣ୍ଡିତ ଏବଂ ସିକେ-୧୨ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ନିରୁ ଖୋସଲା ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟଗୁଡ଼ିକୁ ବିଶ୍ୱସ୍ତରୀୟ ଶିକ୍ଷା ସମ୍ବଳ ଯୋଗାଇଦେବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ରହିଛି ।  ସିକେ-୧୨ ଫାଉଣ୍ଡେସନ ହେଉଛି ଏକ ଅଣଲାଭକାରୀ ଶିକ୍ଷା ପ୍ରଯୁକ୍ତି ବିଦ୍ୟା ସଂଗଠନ ଯାହାର ଲକ୍ଷ୍ୟ ହେଉଛି ଉତ୍ତମ ଶିକ୍ଷାଗତ ଅନୁଭୂତିକୁ ସାର୍ବଜନୀନ ଉପଲବ୍ଧି ପ୍ରଦାନ  କରିବା ।…

Read More