Author: TRUPTIMAYEE SAHOO

ଲୋକସଭାରେ ଏନେଇ ସାଂସଦଙ୍କ ଉଦବେଗ ପ୍ରକାଶ ଇଣ୍ଟରନେଟ ଓ ଡିଜିଟାଲ ବିନା ଲୋକଙ୍କ ଜୀବନଯାପନ ଏବେ କଷ୍ଟକର ହୋଇପଡ଼ିଛି। ଏହାର ବ୍ୟବହାର ଦ୍ୱାରା ମଣିଷ ଯେତେକି ସୁବିଧା ପାଉଛି ସେତିକି ଅସୁବିଧା ମଧ୍ୟ ରହୁଛି। ଏହାଦ୍ୱାର ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମସ୍ୟା କୌଣସି ରାଜ୍ୟ କି ଦେଶରେ ନୁହେଁ, ଏହା ବର୍ତ୍ତମାନ ସାରା ବିଶ୍ୱ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ଅନେକ ଲୋକ ଅନେକ ସମୟରେ ସାଇବର ଠକେଇର ଶିକାର ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଥିବା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡିକ ଭିତରେ ଦେଶର ସବୁଠୁ ବୃହତମ ଘରୋଇ ବ୍ୟାଙ୍କ ଏଚଡ଼ିଏଫସିର ଗ୍ରାହକମାନେ ସବୁଠାରୁ ଅଧିକ ଠକେଇର ଶିକାର ହୋଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୯୪୬୬ଟି ବଡ ମୂଲ୍ୟର ଠକେଇ ମାମଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ନଜରକୁ ଆସିଛି। ଯେଉଁଥିରେ ସମୁଦାୟ ୮୩୭…

Read More