Author: TRUPTIMAYEE SAHOO

ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାହୁଲଙ୍କୁ କହିଲେ ରିଜିଜୁ ସଂସଦର ବଜେଟ୍ ଅଧିବେଶନ ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି। ଆଜି ଅପରାହ୍ନ ୫ଟାରେ ଲୋକସଭା ଓ ଫେବ୍ରୁଆରି ୬ ତାରିଖରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବକ୍ତବ୍ୟ ରଖିବେ। ସୋମବାର ବଜେଟ୍ ଅଧିବେଶନରେ କୁମ୍ଭମେଳା ଦଳାଚକଟା ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଭଳି ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ସଂସଦରେ ଚାଲିଥିବା ବଜେଟ୍ ଅଧିବେଶନର ଚତୁର୍ଥ ଦିନ  ତୃତୀୟ ଦିନ ଭଳି ଉଗ୍ର ହେବ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେବେ। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ଆଜି ଅପରାହ୍ନ ପ୍ରାୟ ୫ଟାରେ ଲୋକସଭାରେ ବଜେଟ୍ ଅଧିବେଶନକୁ ସମ୍ବୋଧିତ କରିବେ। ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣର ଜବାବ ରେ…

Read More