Author: TRUPTIMAYEE SAHOO

୬୩ ହଜାରରୁ ଅଧିକ ସାଧାରଣ ବିଦ୍ୟାଳୟରେ ପ୍ରାୟ ୮୨ ହଜାର ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଛନ୍ତି ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ଶିକ୍ଷକ ପଦବୀ ସୃଷ୍ଟି ପାଇଁ ଓଡ଼ିଶା ସ୍ୱତନ୍ତ୍ର ଶିକ୍ଷକ ମହାସଂଘ ଦାବି କରିଛି। ୟୁଡିଆଇଏସଇ ତଥ୍ୟ ଅନୁଯାୟୀ, ୬୩ ହଜାରରୁ ଅଧିକ ସାଧାରଣ ବିଦ୍ୟାଳୟରେ ପ୍ରାୟ ୮୨ ହଜାର ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଛନ୍ତି। ପୂର୍ବ ୟୁଡିଆଇଏସଇ ରିପୋର୍ଟ ତୁଳନାରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି। ପିଡବ୍ଲ୍ୟୁଡି ଛାତ୍ରଛାତ୍ରୀଙ୍କ ନାମଲେଖା କମିବା ପଛରେ ସ୍ୱତନ୍ତ୍ର ଶିକ୍ଷକଙ୍କ ଅଭାବକୁ ଦାୟୀ କରାଯାଉଛି। ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ଏବଂ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୯ ଲାଗୁ ହୋଇଥିଲେ ମଧ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ହାତଗଣତି ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ଅଛନ୍ତି। ଆରଟିଇ ସଂଶୋଧନ ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ପ୍ରତି ୧୦ ଜଣ ଭିନ୍ନକ୍ଷମ ପିଲାଏବଂ…

Read More