Author: TRUPTIMAYEE SAHOO

ଆସନ୍ତା ୨୮ ସୁଦ୍ଧା ରିପୋର୍ଟ ପ୍ରଦାନ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ ଆୟୋଗ ଗତବର୍ଷ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧିବୀଙ୍କୁ ନିର୍ଯାତନା ଦେବା ଘଟଣାର ତଦନ୍ତ ଶେଷ କରିଛନ୍ତି। ଏହି ଘଟଣାର ସଠିକ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାକୁ କମିଶନ ଗଠନ କରାଯାଇଥିଲା। ଆସନ୍ତା ୨୮ ତାରିଖ ସୁଦ୍ଧା ମିଳିଥିବା ପ୍ରମାଣ ଆଧାରରେ ତଦନ୍ତ କମିଶନ ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ପରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ବିଚାର ବିଭାଗୀୟ କମିଶନ ଗଠନ କରିଥିଲେ। ତଦନ୍ତ ବେଳେ କମିଶନ ସତ୍ୟପାଠ ଜରିଆରେ ସମ୍ପୃକ୍ତ ସମସ୍ତଙ୍କ ଠାରୁ ମତାମତ ଲୋଡ଼ିଥିଲେ ଏବଂ ୫୦୦ରୁ ଅଧିକ ଜବାବ ପାଇଥିଲେ। ସାକ୍ଷୀ, ପ୍ରମାଣ ଓ ସତ୍ୟପାଠ ଯାଞ୍ଚ କରିବା…

Read More