Author: TRUPTIMAYEE SAHOO

ଯମ ଦୂତ ପାଲଟିଛି ମୋ ବସ ବଢୁଛି ଦୁର୍ଘଟଣା ଏବେ ଯମଦୂତ ପାଲଟିଛି ମୋ ବସ। କେତେବେଳେ କାହାର ଜୀବନ ନେଇଯାଉଛି ତ କେତେବେଳେ ଅଧା ମରା କରି ଦେଉଛି। ଯାହା ମୋ ବସ ଡ୍ରଇଭରଙ୍କ ନିଯୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଜ୍ଞତା ଓ ଦକ୍ଷତା ନଥିବା ଡ୍ରାଇଭରଙ୍କୁ ଏଜେନ୍ସି ନିଯୁକ୍ତି ଦେଉଥିବା ଅଭିଯୋଗ ହୋଇଆସୁଛି। ହେଲେ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ବାରମ୍ବାର ଦୁର୍ଘଟଣାକୁ ପ୍ରମାଣିତ କରୁଛି। ଗୁରୁବାର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ ଛକରେ ମୋ ବସ୍ ଧକ୍କାରେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଶୁକ୍ରବାର ସକାଳେ କଟକ ଖାନନଗରରେ ଦ୍ରୁତ ଗତିରେ ଆସୁଥିବା ମୋ ବସ୍ ଧକ୍କାରେ ଜଣେ ପରିବା ବିକାଳୀ ଗୁରୁତର ଆହତ ହୋଇଛନ୍ତି। ପରିବା ବେପାର କରୁଥିବା ବ୍ୟବସାୟୀ ବିକାଶ ସ୍ୱାଇଁ ଛତ୍ରବଜାରରୁ ଫେରୁଥିବା ବେଳେ ତାଙ୍କ ଗାଡ଼ିକୁ ମୋ ବସ୍ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ…

Read More