Author: TRUPTIMAYEE SAHOO

Elephant: ରେଳ ଧାରଣାରେ ହାତୀ ମୃତ୍ୟୁକୁ ଏଡାଇବା ପାଇଁ ବିଭିନ୍ନ କାର୍ଯ୍ୟ ପନ୍ଥା ପ୍ରସ୍ତୁତ କରାଯାଇଥିଲା। ଖୋର୍ଦ୍ଧା ରୋଡ଼ ରେଳବାଇ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ କାର୍ଯ୍ୟାଳୟ ରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ହାତୀମାନଙ୍କର ସୁଗମ ଯାତାୟାତ, ଦୁର୍ଘଟଣାକୁ ଏଡାଇବା ଏବଂ ଅତ୍ୟଧିକ ହାତୀ ସତର୍କତା କାରଣରୁ ଟ୍ରେନ୍ ବିଳମ୍ବକୁ ହ୍ରାସ କରିବା ପାଇଁ ରେଳ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ଏହି ବୈଠକର ଉଦ୍ଦେଶ୍ୟ। ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍. ବାଜୱା ଏହି ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧାରୋଡ଼ ମଣ୍ଡଳ ତରଫରୁ ପି.କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ସହ ଟ୍ରେନ ପରିଚାଳନା, ବାଣିଜ୍ୟିକ, ଇଞ୍ଜିନିୟରିଂ, ସିଗନାଲ୍ ଆଣ୍ଡ ଟେଲିକମ୍, ଇଲେକ୍ଟ୍ରିକାଲ୍ (ଅପରେସନ୍) ଏବଂ ସୁରକ୍ଷା ବିଭାଗର ଶାଖା ଅଧିକାରୀ…

Read More