Author: TRUPTIMAYEE SAHOO

Mahanadi: ୭୨ଟି ଇନ-ଷ୍ଟ୍ରିମ ଷ୍ଟୋରେଜ(ଆଇଏସଏସ) ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଓଡ଼ିଶାର ବିକାଶ ଓ ନିରନ୍ତର ଜଳ ସଂରକ୍ଷଣ ନେଇ ମହାନଦୀ ଉପରେ ନିର୍ମାଣ ହେବ ଡ୍ୟାମ ଓ ବ୍ୟାରେଜ। ମହାନଦୀର ଉପର ଓ ତଳ ଜଳ ଧାରଣ ଅଞ୍ଚଳରେ ଏହି ଡ୍ୟାମ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଗୁରୁବାର ବିଧାନସଭାରେ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହା କହିଛନ୍ତି। ମହାନଦୀ ବିଭିନ୍ନ ଅଞ୍ଚଳରେ ୩୨ଟି ବଡ, ମଧ୍ୟମ ଓ ଛୋଟ ଡ୍ୟାମ ସହିତ ୨୭ଟି ବ୍ୟାରେଜ ନିର୍ମାଣ ପାଇଁ ଯୋଜନା ରହିଥିବା କହିଛନ୍ତି। ଏହାସହ ଜଳ ସଂରକ୍ଷଣ ପାଇଁ ୭୨ଟି ଇନ-ଷ୍ଟ୍ରିମ ଷ୍ଟୋରେଜ(ଆଇଏସଏସ) ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏହା ଦୀର୍ଘକାଳୀନ ଯୋଜନା ହୋଇଥିବା ବେଳେ ଆସନ୍ତା ୫ ବର୍ଷ ଭିତରେ ପାଖାପାଖି ୫୧ ହଜାର…

Read More