Author: TRUPTIMAYEE SAHOO

Sishu Vatikas: ସବୁ ସରକାରୀ ପ୍ରାଥମିକ ସ୍କୁଲରେ ନୂଆ ଶିକ୍ଷା ବର୍ଷ ୨୦୨୫-୨୬ରେ କାର୍ଯ୍ୟକାରୀ ହେବ। ରାଜ୍ୟରେ ପ୍ରାକ-ସ୍କୁଲ ଶିକ୍ଷାକୁ ସୁଦୃଢ କରିବା ପାଇଁ ଓଡ଼ିଶା ସରକାର ୪୫ ହଜାର ଶିଶୁ ଭାଟିକା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାକ-ପ୍ରାଥମିକ ଶ୍ରେଣୀ ଯାହା ଶିଶୁ ଭାଟିକା ବୋଲି କୁହାଯାଉଛି ସବୁ ସରକାରୀ ପ୍ରାଥମିକ ସ୍କୁଲରେ ନୂଆ ଶିକ୍ଷା ବର୍ଷ ୨୦୨୫-୨୬ରେ କାର୍ଯ୍ୟକାରୀ ହେବ। ଏହା ଜାତୀୟ ଶିକ୍ଷା ନୀତି ବା ଏନଇପି-୨୦୨୦ ରାଜ୍ୟର ସ୍କୁଲସ୍ତରରେ ଲାଗୁ ହେବାର ସୂଚନା ଦେଉଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧିକାରୀଙ୍କ କହିବା କଥା, ଯେତେବେଳେ ପିଲାମାନଙ୍କ ବୟସ ୫ରୁ ୬ ବର୍ଷ ହେବ ସେତେବେଳେ ସେମାନେ ଶିଶୁ ଭାଟିକାରେ ନାମ ଲେଖାଇବେ। ୩ରୁ ୫ ବର୍ଷ ପିଲା ପୂର୍ବପରି ଅଙ୍ଗନଓ୍ୱାଡ଼ିରେ ପାଠ ପଢିବେ। ବର୍ତ୍ତମାନ ରାଜ୍ୟରେ ୪୫ ହଜାର ୪୨ଟି ପ୍ରାଥମିକ ସ୍କୁଲ ଅଛି। ୨୦୨୩-୨୦୨୪ ୟୁଆଇଡିଏସଇପ୍ଲସ ରିପୋର୍ଟ ଅନୁଯାୟୀ ୪୫ ହଜାର ୪୨…

Read More