Author: TRUPTIMAYEE SAHOO

Governor Odisha: ରାଜଭବନରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ । ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଗୁରୁବାର ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏକ ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରୁଣାଚଳ ପ୍ରଦେଶ ଓ ମିଜୋରାମର ରାଜ୍ୟର ଅଧିବାସୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିବିଧତା ଆମ ଗୌରବ । ଏପରି କାର୍ଯ୍ୟକ୍ରମ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି । ରାଷ୍ଟ୍ରପତି ଓ…

Read More