Author: TRUPTIMAYEE SAHOO

Odisha: ସ୍ୱଚ୍ଛ ଓ ଉତ୍ତରଦାୟୀ ଅବକାରୀ ନୀତି ନେଇ ବୈଠକରେ ମତପୋଷଣ ରାଜ୍ୟରେ ଏକ ସ୍ୱଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହ ସଂପୃକ୍ତ ଅଂଶୀଦାରମାନଙ୍କ ସମେତ ରାଜ୍ୟବାସୀ ଉପକୃତ ହୋଇପାରିବେ ଏ ନେଇ ବ୍ୟବସ୍ଥା କରାଯାଉଛି । ରାଜ୍ୟରେ ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଉପରେ ଅଂଶୀଦାରମାନଙ୍କ ମତାମତ ସଂପର୍କିତ ଏକ ବୈଠକ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ଅବକାରୀ କମିଶନର ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ କୌଣସି ନୀତି ପ୍ରଣୟନ ପୂର୍ବରୁ ଜନସାଧାରଣ ଓ ଅଂଶୀଦାରମାନଙ୍କ ମତାମତ ଗ୍ରହଣ କରାଗଲେ ସଂପୃକ୍ତ ଆଇନ ଗ୍ରହଣୀୟ ହୋଇଥାଏ । ଏକ ଆଇନରେ ସମସ୍ତଙ୍କର…

Read More