Author: TRUPTIMAYEE SAHOO

Odisha: ବୈଦେଶିକ ମନ୍ତ୍ରୀ ଓ ମସ୍କଟରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗୁରୁବାର ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଶୁକ୍ରବାର ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍‍. ଜୟଶଙ୍କର ଏବଂ ଓମାନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓମାନରେ ଫସିଥିବା ଏହି ଓଡ଼ିଆ ଶ୍ରମିକମାନଙ୍କ ବିଷୟରେ ଇ-ମେଲ ଓ ବିଭିନ୍ନ ଓଡ଼ିଆ ଖବର କାଗଜରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ…

Read More