Author: TRUPTIMAYEE SAHOO

Ranabir singh: ଏହା ସ୍କୋଡା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍କୋଡା ଅଟୋ ଇଣ୍ଡିଆ ଭାରତରେ ନିଜର ସର୍ବପ୍ରଥମ ବ୍ରାଣ୍ଡ ସୁପରଷ୍ଟାର୍ ଭାବେ ରଣବୀର ସିଂହଙ୍କୁ ନିଯୁକ୍ତ କରିଛି । ଭାରତରେ ନିଜର ପ୍ରଥମ ସବ୍ ଫୋର୍ ମିଟର୍ ଏସୟୁଭି ପ୍ରଚଳନ କରିବା ପରେ ଏହା ସ୍କୋଡା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସହଭାଗିତା ସହିତ ରଣବୀର ସିଂହ ସ୍କୋଡା ଅଟୋ ଇଣ୍ଡିଆର ପ୍ରଶଂସକ ଓ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର, ସ୍କୋଡା ଶୈଳୀର, ଜନ-କେନ୍ଦ୍ରିତ ଅଭିଯାନକୁ ଅଧିକ ପ୍ରଚାରପ୍ରସାର କରିବେ । ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡର ପିଟର ଜେନେଭା ଏହି ସହଭାଗିତା ଉପରେ ମତବ୍ୟକ୍ତ କରି କହିଛନ୍ତି, ‘‘କାଇଲାକର ପ୍ରିମିୟର ହେବା ସମୟରେ, ‘ପିକଚର୍ ଅଭି ବାକି ହୈ’ ବୋଲି ମୁଁ ପ୍ରତିଶ୍ରୁତି ଦେଇଥିଲି । ଭାରତରେ ୨୫ ବର୍ଷ ପୂରଣ ହେବା ଅବସରରେ ଆମେ ଏଠାରେ ଗୋଟିଏ ନୂଆ ଯୁଗ ଶୁଭାରମ୍ଭର…

Read More