Author: TRUPTIMAYEE SAHOO

Maha kumbha: ମହାଶିବରାତ୍ରୀରେ ଅମୃତ ସ୍ନାନ ଆରମ୍ଭ ଆଜି ସରୁଛି ଆସ୍ଥା ଓ ଆଧ୍ୟାତ୍ମିକର ବିଶ୍ୱର ବର୍ବବୃହତ ମହାକୁମ୍ଭ। ‘ହର ହର ମହାଦେବ’ ଧ୍ୱନି ମଧ୍ୟରେ ବୁଧବାର ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ଶେଷ ହେବାକୁ ଯାଉଛି। ଆଜି ଭୋର ସମୟରୁ ମହାଶିବରାତ୍ରୀ ଅବସରରେ ତ୍ରିବେଣୀ ସଙ୍ଗମରେ ଅମୃତ ସ୍ନାନ ଆରମ୍ଭ ହୋଇଛି। ୧୨ ବର୍ଷରେ ଥରେ ହେଉଥିବା ମହାକୁମ୍ଭରେ ଜାନୁଆରି ୧୩ (ପୌଷ ପୂର୍ଣ୍ଣିମା)ରେ ନାଗା ସାଧୁ ଓ ତିନୋଟି ଅମୃତ ସ୍ନାନଙ୍କ ଭବ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ବିଶ୍ୱର ଏହି ବିଶାଳ ଧାର୍ମିକ ସମାବେଶରେ ଏପର୍ଯ୍ୟନ୍ତ ରେକର୍ଡ ୬୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ବୁଡ଼ ପକାଇ ସାରିଲେଣି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଭୋର ୪ଟାରୁ ସ୍ନାନ ଉପରେ ନଜର ରଖିଛନ୍ତି। ପ୍ରୟାଗରାଜର ମହାକୁମ୍ଭ-୨୦୨୫ରେ ଭଗବାନ ଭୋଲେନାଥଙ୍କ ପୂଜା ପାଇଁ…

Read More