Author: TRUPTIMAYEE SAHOO

MDM: ପ୍ରଚଳିତ ଏମଡିଏମ୍ ମେନୁରେ ଛାତ୍ରଛାତ୍ରୀଙ୍କୁ ସୋମବାର ଓ ଗୁରୁବାର ଡାଲମା ସହ ଚାଉଳ, ମଙ୍ଗଳବାର ଓ ଶୁକ୍ରବାର ସୋୟା ବିନ୍ ତରକାରୀ ଏବଂ ବୁଧବାର ଓ ଶନିବାର ଅଣ୍ଡା ତରକାରୀ ଦିଆଯାଇଥାଏ। ୨୦୨୫-୨୬ ଆର୍ଥିକ ବର୍ଷରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ (ଏମଡ଼ିଏମ୍) ଆରମ୍ଭ ହେବାକୁ ଯାଉଛି। ଏହାବ୍ୟତୀତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରତି ସପ୍ତାହରେ ମଧ୍ୟାହ୍ନ ଭୋଜନରେ ୩ଟି ଅଣ୍ଡା ଓ ସେତିକି ପୋଷକ ତତ୍ତ୍ୱ ଯୁକ୍ତ ଲଡୁ ମିଳିବ। ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପିଏମ୍ ପୋଷଣ ଯୋଜନାରେ ଅନ୍ତର୍ଭୁକ୍ତ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ପହିଲାରୁ ସପ୍ତାହକୁ ତିନିଥର ଅଣ୍ଡା ଓ ଲଡୁ ପ୍ରଦାନ କରିବ ବିଭାଗ। ପ୍ରଚଳିତ ଏମଡ଼ିଏମ୍ ମେନୁରେ ଛାତ୍ରଛାତ୍ରୀଙ୍କୁ ସୋମବାର ଓ ଗୁରୁବାର ଡାଲମା ସହ ଚାଉଳ, ମଙ୍ଗଳବାର…

Read More