What's Hot
Author: TRUPTIMAYEE SAHOO
Bihar: ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ମହିଳାମାନଙ୍କ ମଧ୍ୟରେ ସମର୍ଥନ ବଢ଼ାଇବା ଉଦ୍ଦେଶ୍ୟରେ ମହିଳାଙ୍କ ପାଇଁ ଲାଡ଼ଲୀ ଲକ୍ଷ୍ମୀ ଯୋଜନା ଆରମ୍ଭ ହୋଇଛି। ବିହାରରେ ନିର୍ବାଚନ ବୈତରଣୀ ପାର ପାଇଁ ଅଣ୍ଟା ଭିଡିଛି ବିଜେପି। ବିହାର ସରକାର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ପାଇଁ ଲାଡ଼ଲୀ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ନିର୍ବାଚନ ପୂର୍ବରୁ ଅନ୍ୟ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଶାସିତ ରାଜ୍ୟଗୁଡ଼ିକରେ ଲାଗୁ କରାଯାଇଥିବା ସମାନ ପଦକ୍ଷେପକୁ ଅନୁକରଣ କରିବ। ମହାରାଷ୍ଟ୍ର, ହରିୟାଣା ଏବଂ ଦିଲ୍ଲୀରେ ଦଳର ନିର୍ବାଚନୀ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆର୍ଥିକ ସହାୟତା ଯୋଜନା ଆରମ୍ଭ ହେବା ପୂର୍ବରୁ ମହିଳା ଭୋଟରଙ୍କ ପଞ୍ଜୀକରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ବିଜେପି ତା’ର କର୍ମକର୍ତ୍ତାମାନଙ୍କୁ କହିଛି। ଲାଡଲୀ ଲକ୍ଷ୍ମୀ ଯୋଜନା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଞ୍ଚଟି ପ୍ରମୁଖ କଲ୍ୟାଣକାରୀ ଯୋଜନା…
