Author: TRUPTIMAYEE SAHOO

Ancient civilisation: ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ତିରିମାଳ ନିକଟସ୍ଥ ନରହୁଡ଼ା ଓ ଅଳାଁଯୋଡ଼ି ଗାଁରୁ ନିଓ-ଚାଲକୋଲିଥିକ୍ ତାମ୍ର ଯୁଗର ଅନେକ କଳାକୃତି ମିଳିଥିଲା।  ଖୋର୍ଦ୍ଧା ଜିଲ୍ଲା ତିରିମାଳ ଗ୍ରାମ ନିକଟସ୍ଥ ନରହୁଡ଼ାରେ ଖନନ ଯୋଗୁଁ ପୂର୍ବ ଭାରତର ଚାଲକୋଲିଥିକ୍ ସଂସ୍କୃତି ଓ ଏକ ସୁନିର୍ଦ୍ଦିଷ୍ଟ କୃଷି ସମ୍ପ୍ରଦାୟର ବିକାଶ ସମ୍ପର୍କରେ ଆକର୍ଷଣୀୟ ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ ମସିହାରୁ ଏହି ଖନନ କରୁଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ତୃତୀୟ ପର୍ଯ୍ୟାୟ ଖନନ ସମୟରେ ଚାଲକୋଲିଥିକ୍ ସମୟର ଅବଶେଷ ପାଇଛି। ପ୍ରତ୍ନତତ୍ତ୍ୱବିତ୍ ପି.କେ ଦିକ୍ଷିତ କହିଛନ୍ତି ଯେ ଖନନରୁ ଗୋଲାକାର ମାଟି ଢାଞ୍ଚା (ଉଭୟ କାନ୍ଥ ଥିବା ଏବଂ ବିନା କାନ୍ଥ) ଭର୍ତ୍ତି ମହଲା, ମାଟି କାନ୍ଥ ଏବଂ ପୋଷ୍ଟ ହୋଲ ଠାବ ହୋଇଛି। “ଚାଲକୋଲିଥିକ୍ ଯୁଗର ପ୍ରମୁଖ ଆବିଷ୍କାର ହେଉଛି ତିନିରୁ ଚାରି ପ୍ରକାରର ଗୋଲାକାର କୁଡ଼ିଆ, ପଥର ଏବଂ ତମ୍ବା ବସ୍ତୁ ଯାହା ସୂଚାଇଥାଏ ଯେ ପ୍ରାଚୀନ…

Read More