Author: TRUPTIMAYEE SAHOO

Immigration Bill: ଶାହ ଏହି ବିଲକୁ ଜାତୀୟ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିବା ବେଳେ ବିରୋଧୀ ସାଂସଦମାନେ ଇମିଗ୍ରେସନ୍ ଅଧିକାରୀଙ୍କୁ ମନମୁଖୀ କ୍ଷମତା ପ୍ରଦାନ କରିବାକୁ ଚେତାବନୀ ଦେବା ସହ ଜେପିସି ଦ୍ୱାରା ଏହାର ସମୀକ୍ଷା କରିବାକୁ ଦାବି କରିଛନ୍ତି। ଗୁରୁବାର ଲୋକସଭାରେ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଗୃହୀତ ହୋଇଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯେଉଁମାନେ ବ୍ୟବସାୟ, ଶିକ୍ଷା ଏବଂ ପୁଞ୍ଜିନିବେଶ ପାଇଁ ଭାରତକୁ ଆସୁଛନ୍ତି ସେମାନଙ୍କୁ ସ୍ୱାଗତ, କିନ୍ତୁ ଯେଉଁମାନେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ବିଭିନ୍ନ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ଏହି ବିଲ୍ ସ୍ୱର ଭୋଟରେ ପାରିତ ହୋଇଥିଲା। ଦେଶର ନିରାପତ୍ତା ଓ ଅର୍ଥନୀତିକୁ ସୁଦୃଢ଼ କରିବା, ଉତ୍ପାଦନ ଓ ବାଣିଜ୍ୟକୁ ପ୍ରୋତ୍ସାହନ ଦେବା, ଶିକ୍ଷା ବ୍ୟବସ୍ଥା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତି ପାଇବା…

Read More