Author: TRUPTIMAYEE SAHOO

ନିକଟରେ ବିଶ୍ୱ ବ୍ୟାଙ୍କ ତରଫରୁ ପ୍ରକାଶ ପାଇଛି ଭାରତରେ ଗରିବୀ ହ୍ରାସ ସମ୍ବନ୍ଧିତ ରିପୋର୍ଟ । ଏହା ଉଲ୍ଲେଖ କରିଛି ଯେ ଭାରତର ମୁଣ୍ଡ-ଗଣତି ଗରିବୀ ଗଣନା ୨୦୨୨-୨୩ରେ ମୋଟ ଜନସଂଖ୍ୟାର ୫.୩ ପ୍ରତିଶତ  ଥିଲା । ୨୦୧୧-୧୨ରେଏହି ସଂଖ୍ୟା  ୨୭.୧ ପ୍ରତିଶତ ଥିଲା । ଏ ଦୁଇଟିଯାକ ସଂଖ୍ୟା ଦର୍ଶାଉଛି ଯେ ମାତ୍ର ଏକ ଦଶନ୍ଧିର ସମୟ ଭିତରେ ୧୭୧ ନିୟୁତ ବା ସତର କୋଟି ଭାରତୀୟଙ୍କୁ ଦାରିଦ୍ର୍ୟର ପଞ୍ଝାରୁ ବାହାର କରାଯାଇଛି । ମୋଟାମୋଟି ସଂଖ୍ୟାରେ କହିଲେ, ଦଶ ବର୍ଷ ପୂର୍ବେ ଭାରତରେ ୨୩ କୋଟି ଲୋକ ଅତି ଗରିବ ଥ‌ିବା ବେଳେ ଏବେ ସେମାନଙ୍କ ସଂଖ୍ୟା ମାତ୍ର ୩.୩ କୋଟି ଅଛି । ପୁନଶ୍ଚ, ବିଶ୍ଵ ବ୍ୟାଙ୍କର  ୨୦୨୫ ପଭର୍ଟି ଆଣ୍ଡ୍ ଇକ୍ଵିଟି ବ୍ରିଫ୍ ରିପୋର୍ଟ ଅନୁସାରେ, ନିମ୍ନ-ମଧ୍ୟବିତ୍ତ-ଆୟ ସ୍ତର  ୬୧.୮ ପ୍ରତିଶତରୁ ୨୮.୧ ପ୍ରତିଶତକୁ ହ୍ରାସ ପାଇଛି । ଏହାର ଅର୍ଥ, ୩୭୮ ନିୟୁତ ଲୋକ…

Read More