Author: TRUPTIMAYEE SAHOO

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓଭାଲ ଅଫିସରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ସାକ୍ଷାତ କରିଛନ୍ତି । ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷର ପରବର୍ତ୍ତୀ ମାସରେ ହିଁ ପାକିସ୍ତାନର ସେନା ମୁଖ୍ୟଙ୍କ ସହ ସାକ୍ଷାତ କରିଛନ୍ତି । ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ  ଝୁଲି ରହିଛି, ଯେଉଁଥିରେ ଉଭୟ ଦେଶ ଦୋହଲୁଛନ୍ତି । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସେହିପରି କରୁଛନ୍ତି । ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ପାକିସ୍ତାନକୁ ମିଳୁଥିବା ସାମରିକ ଅନୁଦାନକୁ ବନ୍ଦ କରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। କିନ୍ତୁ ଅସିମ ମୁନିରଙ୍କ ସହ ଆମେରିକୀୟ ରାଷ୍ଟ୍ରପତିଙ୍କ ସାକ୍ଷାତ ସେହି ଅବସରବାଦର ଏକ ଉଦାହରଣ । ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କାନାଡାରେ ସାକ୍ଷାତ ହେବାର ଥିଲା । କିନ୍ତୁ ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଟ୍ରମ୍ପ ପୂର୍ବରୁ ଚାଲିଯାଇଥିଲେ । ଏହାପରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ…

Read More