Author: TRUPTIMAYEE SAHOO

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଏକ ନିବନ୍ଧ ଲେଖିଛନ୍ତି। ସେ ଇସ୍ରାଏଲର ଇରାନ ଉପରେ ଆକ୍ରମଣର ନିନ୍ଦା କରିଛନ୍ତି ଏବଂ ମୋଦୀ ସରକାରଙ୍କ ନୀତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧୀଙ୍କ ଲେଖାର ଶୀର୍ଷକ ହେଉଛି “ଭାରତର ସ୍ୱରକୁ ଶୁଣିବା ପାଇଁ ଏବେ ମଧ୍ୟ ବିଳମ୍ବ ହୋଇନାହିଁ”। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ଲେଖାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି । ସୋନିଆ ଗାନ୍ଧୀ ଲେଖାରେ ଉଲ୍ଲେଖ କରିଛନ୍ତି ଯେ ଇରାନ ଭାରତର ପୁରୁଣା ମିତ୍ର ଏବଂ ଭାରତ ଓ ଇରାନ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଛି। ସେ ଇରାନ ଓ ଭାରତର ବନ୍ଧୁତାର ଉଦାହରଣ ଦେଇ କହିଛନ୍ତି ଯେ ୧୯୯୪ର ଜମ୍ମୁ-କଶ୍ମୀର ମୁଦ୍ଦା ସବୁଠାରୁ ସ୍ମରଣୀୟ। କାରଣ ଯେତେବେଳେ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ଆୟୋଗରେ ଭାରତ ବିରୁଦ୍ଧରେ ପ୍ରସ୍ତାବ ଆଣାଯାଇଥିଲା, ସେହି…

Read More