Author: TRUPTIMAYEE SAHOO

ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନରେ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକାରିତା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ସେଗୁଡ଼ିକର ଫଳାଫଳ ଏବଂ ଭବିଷ୍ୟତ ଯୋଜନା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ଏନେଇ ସରକାରୀ ସୂତ୍ରରୁ ମିଳିଛି ଏହି ସୂଚନା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟାନ୍ୟ ରାଷ୍ଟ୍ରମନ୍ତ୍ରୀମାନେ ଯୋଗଦେବେ । କ୍ୟାବିନେଟ୍ ପୁନର୍ଗଠନ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ଏହା ଚଳିତ ବର୍ଷ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ହେବାକୁ ଯାଉଛି । ସୂତ୍ରରୁ ଜଣାପଡିଛି ଯେ ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର କାର୍ଯ୍ୟଦକ୍ଷତା, ସମ୍ପ୍ରତି ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି ଏବଂ ସେଗୁଡ଼ିକର ପ୍ରଭାବ, ଓ ଭବିଷ୍ୟତ ରଣନୀତି ଉପରେ ଆଲୋଚନା ହେବ । ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମର…

Read More