Author: TRUPTIMAYEE SAHOO

ଦୁଇଦିନ ତଳେ ଚଳିତ ବର୍ଷ ରଥଯାତ୍ରାକୁ ଐତିହାସିକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅବଶ୍ୟ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା ଭୁଲ ବୋଲି କୁହାଯାଇ ପାରିବ ନାହିଁ । ଚଳିତ ବର୍ଷ ରଥଯାତ୍ରା ଅବ୍ୟବସ୍ଥାରେ ଇତିହାସ ସୃଷ୍ଟି କରିଛି। ଅତୀତର ଇତିହାସ ଲେଉଟାଇଲେ ଏପରି ବିଶୃଙ୍ଖଳା କେବେ ଘଟି ନ ଥିଲା ଓ ଭବିଷ୍ୟତରେ ଘଟିବ କି ନାହିଁ ସନ୍ଦେହ। ତେବେ ଚଳିତ ବର୍ଷ ରଥଯାତ୍ରାରେ ଏକ ଐତିହାସିକ ସଂଯୋଗ ଦେଖିବାକୁ ମିଳିଛି । ୧୭ ବର୍ଷ ତଳେ ଅର୍ଥାତ୍ ୨୦୦୮ରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନମନ୍ତ୍ରୀ ଥିବାବେଳେ ରଥଯାତ୍ରାରେ ଦଳାଚକଟା ହୋଇଥିଲା । ଏଥିରେ ୬ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି । ଏବେ ଆଇନମନ୍ତ୍ରୀ ଥ‌ିବା ବିଶ୍ୱଭୂଷଣଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୟରେ ଦଳାଚକଟାରେ ୩ ଜଣ ମୃତ୍ୟୁବରଣ କରିଥିବ ବେଳେ ଶତାଧିକ…

Read More