Author: TRUPTIMAYEE SAHOO

ଏକ ସ୍ୱଚ୍ଛ ଓ ନିର୍ମଳ ପରିବେଶ ଜୀବଜଗତ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ହେଲେ ଏଭଳି ସୁନ୍ଦର ପରିବେଶ ମଣିଷ ପାଇଁ ଧୀରେ ଧୀରେ ଅପହଞ୍ଚ ହେବାକୁ ଲାଗିଲାଣି । କାରଣ ଦିନକୁ ଦିନ ଆମ ପ୍ରାକୃତିକ ପରିବେଶ ପ୍ରଦୂଷଣ ପ୍ରଭାବରେ ବିଗିଡ଼ିବାରେ ଲାଗିଛି । ବିଶେଷ କରି ସାରା ବିଶ୍ୱରେ ବାୟୁ ଜଳ ଓ ମୃତ୍ତିକା ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ସେହିପରି ବର୍ଜ୍ୟବସ୍ତୁ, ଇ-ବର୍ଜ୍ୟବସ୍ତୁ ଆଦି ପ୍ରଦୂଷଣକାରୀ ବସ୍ତୁ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଯହୁଁ ଯହୁଁ ଆମର ବିକାଶ ଘଟୁଛି, ତହୁଁ ତହୁଁ ଆମ ସୁନ୍ଦର ପରିବେଶର ବିନାଶ ହେଉଛି । ପ୍ରଦୂଷିତ ପରିବେଶରେ ଜୀବନ ଧାରଣ କରିବା ବିପଜ୍ଜନକ ହେଲାଣି । ଏଥ‌ିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହିତ ଏହାର ଅର୍ଥନୈତିକ ପ୍ରଭାବ ମଧ୍ୟ ପଡୁଛି। କଳକାରଖାନା ଓ ଗାଡ଼ିମଟରରୁ ନିର୍ଗତ ବିଷାକ୍ତ ଧୂଆଁ, ଚାଷ ଜମିରେ…

Read More