Author: TRUPTIMAYEE SAHOO

ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଓ୍ୱାଂର୍ଣ୍ଣି ଜାରି କରିଛି । ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପବନ ବହିବା ପାଇଁ  ବିଶେଷ କରି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ବ୍ୟାପକ ସତର୍କତା ଜାରି ହୋଇଛି । ପଶ୍ଚିମ ଜିଲ୍ଲା ପାଇଁ ଆଜି ୟେଲୋ ଓ୍ୱାଂର୍ଣ୍ଣି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗୁରୁବାର ପାଇଁ ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଏବଂ ନୂଆପଡ଼ାକୁ  ୟେଲୋ ଓ୍ୱାଂର୍ଣ୍ଣି ଜାରି କରିଛି । ଏଠାରେ ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ୩୦-୪୦ କିମି/ଘଣ୍ଟା ବେଗରେ ପବନ ବହିବାର ସତର୍କତା ଜାରି କରିଛି । ଏହି ଅଞ୍ଚଳଗୁଡ଼ିକରେ ମଧ୍ୟ ବଜ୍ରପାତ ହୋଇପାରେ, ତେଣୁ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି,…

Read More