Author: TRUPTIMAYEE SAHOO

ରାଜ୍ୟରେ ଘଟୁଥିବା ବିଭିନ୍ନ ଘଟଣାରେ ଯାଞ୍ଚ କରିବା ପାଇଁ ଦାନ୍ତ ନ ଥିବା ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ନିଜଆଡୁ ମାମଲା ଉପରେ ମାମଲା ରୁଜ୍ଜୁ କରିବାରେ ଲାଗିଛି । କିନ୍ତୁ ଏନଏଚଆରସିର ଏଭଳି ପଦକ୍ଷପକୁ ସାଧାରଣରେ ନା ପସନ୍ଦ କରିବା ସହ ବହୁ ଚର୍ଚ୍ଚିର୍ତ କିଟ୍ ରେ ନେପାଳୀ ଛାତ୍ରୀମାନଙ୍କର ଆତ୍ମହତ୍ୟା ମାମଲାର ରିପୋର୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ପୁରୀ ରଥ ଯାତ୍ରାରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଗଞ୍ଜାମରେ ଅନୁସୂଚିତ ଜାତିର ଦୁଇ ଜଣ ଯୁବକଙ୍କୁ ଗୋରୁ ଚୋରି ଅଭିଯୋଗରେ ଲୋକମାନେ ଡ୍ରେନ ପାଣି ପିଆଇବା ସହିତ , ଘାସ ଖୁଆଇବା ଘଟଣାରେ ଏନଏଚଆରସି ନିଜଆଡୁ ମାମଲା ରୁଜ୍ଜୁ କରିଛି । ଏହା ପୂର୍ବରୁ ଜୁନ ମାସ ୨୬ ତାରିଖରେ ରାୟଗଡ଼ା ଜିଲ୍ଲାରେ ଜଣେ ଅନୁସୂଚିତ ଜନଜାତିର ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀମାନେ ତାଙ୍କ ପରିବାରକୁ ନିଆଁ ପାଣି…

Read More