Author: TRUPTIMAYEE SAHOO

ଗୁରୁ ପୂର୍ଣ୍ଣିମା ଅବସରରେ ଆଜି (୧୦ ଜୁଲାଇ) ଆକାଶରେ ବକ୍ ମୂନ ଦେଖାଯିବ। ବକ୍ ମୂନ ନିୟମିତ ଦେଖାଯାଉଥିବା ଚନ୍ଦ୍ରମାଠାରୁ ଟିକେ ଭିନ୍ନ । ଏହି ଚନ୍ଦ୍ରମା ସହିତ ଅନେକ ପ୍ରକାରର ମାନ୍ୟତା ଜଡ଼ିତ ରହିଛି ଏବଂ ଏହାର ନାମକରଣର କାହାଣୀ ମଧ୍ୟ ରୋଚକ । ବକ୍ ମୂନ ହେଉଛି ସେହି ଚନ୍ଦ୍ରମା ଯାହା ପ୍ରତିବର୍ଷ ଜୁଲାଇ ମାସର ପୂର୍ଣ୍ଣିମାରେ ଦେଖାଯାଏ । ଏହାର ନାମକରଣ ଆମେରିକାର ଜନଜାତି କରିଥିଲେ । ସେହି ଜନଜାତି ପ୍ରକୃତି ଓ ଜନ୍ତୁଙ୍କ ସହିତ ଜଡ଼ିତ ଘଟଣାମାନଙ୍କ ଆଧାରରେ ପୂର୍ଣ୍ଣିମାର ଚନ୍ଦ୍ରମାକୁ ନାମ ଦେଇଥିଲେ । ଯେପରି ଜାନୁଆରୀ ପୂର୍ଣ୍ଣିମାର ଚନ୍ଦ୍ରମାକୁ ଓଲ୍ଫ ମୂନ ଏବଂ ଫେବୃଆରୀ ପୂର୍ଣ୍ଣିମାର ଚନ୍ଦ୍ରମାକୁ ସ୍ନୋ ମୂନ କୁହାଯାଏ, ସେହିପରି ନାମକରଣର ପରମ୍ପରାକୁ ବଜାୟ ରଖି ଜୁଲାଇ ପୂର୍ଣ୍ଣିମାର ଚନ୍ଦ୍ରମାକୁ ବକ୍ ମୂନ କୁହାଯାଇଛି। ଏହି ବାହାନାରେ ଆସନ୍ତୁ ଜାଣିବା ଏହି ଚନ୍ଦ୍ରମା କେତେ ଭିନ୍ନ ଏବଂ ଏହାକୁ ଏହି…

Read More