Author: TRUPTIMAYEE SAHOO

ମାସକ ତଳେ ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଡାଇରିଆ ବା ଝାଡ଼ାବାନ୍ତିର ଭୟାବହତା ଦେଖିବାକୁ ମିଳିଥିଲା। ଏଥିରେ ୨୧ ଜଣ ପ୍ରାଣ ହରାଇଥ‌ିବାବେଳେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ହୋଇଥିଲେ। ବିଶେଷକରି ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଯୋଗୁଁ ଯାଜପୁର ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଉଗ୍ର ରୂପ ନେଇ ହଇଜାରେ ପରିଣତ ହେବା ସହ ସବୁଠୁ ଅଧିକ ଲୋକଙ୍କ ପ୍ରାଣ ନେଇଥିଲା । ଏହାପରେ କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ଯାଞ୍ଚ କରିଥିଲେ । ବିଷାକ୍ତ ଖାଦ୍ୟ ଓ ଦୂଷିତ ପାଣିରୁ ଡାଇରିଆ ବ୍ୟାପୁଛି ବୋଲି ରାଜ୍ୟ ସରକାର ତଥା ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଇଥିଲେ । ତା’ପରେ ସରକାର ଡାଇରିଆ ନେଇ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଥିବା ନେଇ ଜୋର୍‌ଦାର ପ୍ରଚାର କଲେ । ମାତ୍ର ଏବେ ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ…

Read More