Author: TRUPTIMAYEE SAHOO

ବୈଜ୍ଞାନିକମାନଙ୍କର ଏକ ନୂଆ ଗବେଷଣା ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି । ଆମ ନିଜ ଗ୍ରହ ପୃଥିବୀ ନିଜ ଅଜାଣତରେ ଏଲିୟନମାନଙ୍କୁ ନିଜର ଅବସ୍ଥାନ ଜଣାଉଛି । ତାହା ମଧ୍ୟ ପ୍ରତିଦିନ, ପ୍ରତି ଘଣ୍ଟା। ଏହି କାମ କରୁଛନ୍ତି ଆମର ବିମାନବନ୍ଦର ଓ ସାମରିକ ରାଡାର, ଯେଉଁମାନଙ୍କଠାରୁ ନିର୍ଗତ ରେଡିଓ ତରଙ୍ଗ ପୃଥିବୀର ପରିଧି ଅତିକ୍ରମ କରି ମହାକାଶରେ ବ୍ୟାପି ଯାଉଛି ଏବଂ ୨୦୦ ଆଲୋକ ବର୍ଷ ଦୂର ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଖୁଲାସା ୟୁନାଇଟେଡ କିଙ୍ଗଡମର ଡରାମ ସହରରେ ଆୟୋଜିତ ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିର ନ୍ୟାସନାଲ ଆଷ୍ଟ୍ରୋନୋମି ମିଟିଂ ୨୦୨୫ରେ ହୋଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ ବିମାନ ବନ୍ଦରରେ କାମ କରୁଥିବା ରାଡାର ସିଷ୍ଟମ, ଯାହା ବିମାନମାନଙ୍କୁ ଟ୍ରାକ କରିବା ପାଇଁ ନିର୍ମାଣ କରାଯାଇଛି, ପ୍ରକୃତରେ ଏତେ ଶକ୍ତିଶାଳୀ ରେଡିଓ ତରଙ୍ଗ ପଠାଉଛି ଯେ ସେଗୁଡ଼ିକ ଦୂର ଗ୍ରହମାନଙ୍କ ପାଖରେ ଆମର ଉପସ୍ଥିତିର ସଂକେତ ହୋଇପାରେ…

Read More