Author: TRUPTIMAYEE SAHOO

ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଆରେ ସରକାରୀ କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଥିଲା । ୨୦୨୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାର କରାଯିବା ସହ ନଥପତ୍ର ମଧ୍ୟ ଓଡ଼ିଆରେ ଲେଖାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ଏକବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାକୁ କୌଣସି ବିଭାଗ ପାଳନ କରୁନଥ‌ିବା ପରିଲକ୍ଷିତ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗ ବିଜ୍ଞପ୍ତି, ଚିଠି, ଓ ନିର୍ଦ୍ଦେଶନାମାରେ ଇଂରାଜୀ ବ୍ୟବହାରେ କରୁଛନ୍ତି । ସବୁ ବିଭାଗ ପକ୍ଷରୁ ଏନେଇ ପୃଥକ ଭାବେ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଏଥିରେ ଚିଠି, ବିଜ୍ଞପ୍ତି ଓ ନିର୍ଦ୍ଦେଶନାମାରେ ଓଡ଼ିଆ ଭାଷା ବ୍ୟବହାର ପାଇଁ କୁହାଯାଇଥିଲା । ଇତିମଧ୍ୟରେ ପ୍ରାୟ ୧୦ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ସବୁ ବିଭାଗରେ ଓଡ଼ିଆ ଭାଷା ବ୍ୟବହାର ହୋଇପାରୁନି…

Read More