Author: TRUPTIMAYEE SAHOO

ମହିଳାଙ୍କ ପାଇଁ ଅସୁରକ୍ଷିତ ବାଲେଶ୍ଵର ଜିଲ୍ଲାର ରାଜରାସ୍ତା । ସରକାରଙ୍କ ତଥ୍ୟ କହୁଛି ରାଜ୍ୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟ ରାସ୍ତାରେ ଗତ ୪ ବର୍ଷରେ ୫୬୬୮ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ମହିଳା ଅସଦାଚରଣରେ ଭୁବନେଶ୍ଵର ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ବାଲେଶ୍ଵର ଜିଲ୍ଲା ଷଷ୍ଠ ସ୍ଥାନରେ ରହିଛି । ବାଲେଶ୍ଵରରେ ୪ ବର୍ଷରେ ୮୧ ଜଣ ମହିଳା ଓ ଯୁବତୀ ରାସ୍ତାଘାଟରେ ଅସଦାଚରଣର ଶିକାର ହୋଇଛନ୍ତି । ଅଳ୍ପ କିଛି ନ୍ୟାୟ ପାଇଛନ୍ତି । ଅନେକ ଏବେ ନ୍ୟାୟ ଅପେକ୍ଷାରେ। ରାଜ୍ୟରେ କୌଣସି  ଅସଦାଚରଣ ସଂଖ୍ୟା ୫ ଶହ ଟପିନଥିବାବେଳେ ଭୁବନେଶ୍ଵର ସର୍ବକାଳୀନ ରେକର୍ଡ କରି ପ୍ରଥମ ସ୍ଥାନରେ ରହିଛି । କିଛି  ରହିଛି ଯେଉଁଠି ଗତ ୪ ବର୍ଷ ମଧ୍ୟରେ ରାସ୍ତା ଉପରେ ଜଣେ ହେଲେ ବି ଅସଦାଚରଣର ଶିକାର ହୋଇନାହାନ୍ତି । ସରକାରୀ ତଥ୍ୟ କହୁଛି, ଗତ ୪ ବର୍ଷ…

Read More